Read Time:1 Minute, 51 Second
ଶେଷ ଇଛା ମୋର ପୂର୍ଣ୍ଣକର ପ୍ରଭୂ
ମାଗୁଣି ମୋ ବାର ବାର
ତୁମରି ଦୁଆରୁ ଉଠିବ ମୋ ଶବ
ସିଧା ଯିବ ସ୍ୱର୍ଗ ଦ୍ୱାର ।
ବଡ଼ଦାଣ୍ଡ ମୋର ହେବ ଶେଷ ଖେଳ
ଜୀବନର ଶେଷ ଯୁଦ୍ଧେ
ସ୍ୱର୍ଗଦ୍ୱାରେ ଜୁଇ ଜଳିବ ମୋହର
ଆତ୍ମା ପରମାତ୍ମା ମଧ୍ୟେ ।
ଶେଷ ସନ୍ତକ ମୋ ତୁମ ସିଂହଦ୍ୱାର
ଜୀବନର ଶେଷ ପୁଣ୍ୟ
ସେହି ଠାରୁ ଶବ ଉଠିଲେ ମୋହର
ଜନମ ମୋ ହେବ ଧନ୍ୟ ।
ପାପ ପୁଣ୍ୟ ଖେଳ ଅନେଜ ଖେଳିଛି
ଭବରଙ୍ଗ ଭୂମି ତଳେ
ପୁଣ୍ୟର ହିସାବ ରଖିନାହିଁ କେବେ
ରହି ପାପୀ ଜନ ମେଳେ ।
ତୁମେ ଭାବଗ୍ରାହୀ ଜାଣିଅଛ ସବୁ
ମୋ ଜୀବନ କର୍ମ ମାନ
ଶେଷ ଇଛା ମୋର ରଖ ମହାବାହୁ
ମିନତି ମୋହର ଘେନ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ
Readers Interaction