Read Time:1 Minute, 22 Second
ମୁଁ ରେ ଅର୍ଥ
ମୁଁ ରେ ଅନର୍ଥ
ଅର୍ଥ ରେ ଭରେ କଦର୍ଥ
ଉତ୍ତର ଉର୍ବରେ କରେ
ପ୍ରଶ୍ନବାଚୀ ଗର୍ତ୍ତ…!!!
କର୍ମ ଘେନି ଫଳ ଜାଣିବା ସତ୍ତ୍ଵେ
କୃତ କର୍ମ ସବୁ ନିଜ ମର୍ଜି ମତେ
ପରିତ୍ରାଣେ ଈଶ ଆସି କି ଲାଭ?
ସର୍ବେ ରଖି ସଡ ରିପୁ ରେ ଲୋଭ,।।
ରୂପ ଲାବଣ୍ୟ ତ ନିମିତ୍ତ ମାତ୍ର
ଚିର ରୋଗେ ରୁନ୍ଧା ଶରୀର ଗାତ୍ର…
ତେଜ ଅହମିକାର ‘ମୁଁ ମୁଁ ମୁଁ ‘
କେହି ନଥିବେ କହିବାକୁ ଆହାଃ ଚୁଃ ଚୁଃ…
ସୃଷ୍ଟିର ଏ ନିରା ଟ ସତ୍ୟ
ସଦା ମରଣଶୀଳ ମର୍ତ୍ତ୍ୟ…!!
ଶ୍ରୀ ପ୍ରିୟରଞ୍ଜନ ସାହୁ
ଭୁବନେଶ୍ୱର
Readers Interaction