ସହଭାଗିତା – ସୀମାଞ୍ଚଳ ପଣ୍ଡା

  ସବୁରି    ସାଥୀରେ    ସହଭାଗିତାରେ କରିଯିବା  କର୍ମ  ସଂସାର ପାଇଁ, ସକଳ    କର୍ମରେ     ମାନବ  ଧର୍ମରେ ଖୁସିରେ  ଜୀବନ  ହସିବ ଯହିଁ। ମଣିଷତ    ଆମେ    ଅମଣିଷ   କର୍ମେ ଲାଗିବା  ମରତେ କେମିତି କହ, ଅକାଳେ   ସଂସାର   ହେବ  ନାରଖାର ମଣିଷ ହୋଇ କି ସହିବ ଦେହ? ଜୀବ  ମଧ୍ୟେ  ସାର   କେଉଁ  ପରକାର ବୋଲାଇବା ,କିଏ ମଣିବେ କାହିଁ, ସବୁରି    […]

ପ୍ରୀତିର ଆକାଂକ୍ଷା – ଡ. ଲକ୍ଷ୍ମୀକାନ୍ତ ଦାଶ

  ପ୍ରୀତିକୁ ମାଗିଛି ମମତାର ମୂଲ ପ୍ରେମକୁ ଦେଇଛି ମନ ପ୍ରୀତିବିନା ପ୍ରେମ ହୁଅଇ ଅସାର ଦେହ ହୁଏ ଶମସାନ ll ସଜାଇ ଦେବେକି ମନ ଗହଣାରେ ମୂଲ୍ୟ ତା’ର ଅନୁପମ ମନ ଲଫାପାରେ ରଖିବି ସାଇତି ନ ହେବ କେହି ତା’ ସମ ll କେତେ ଯନ୍ତ୍ରଣାରେ ପ୍ରୀତି ବଞ୍ଚିଅଛି ପ୍ରେମକୁ ବକ୍ଷରେ ଧରି ରସସିକ୍ତ ହୁଏ ମଧୁଚନ୍ଦ୍ରମାରେ ମନ୍ତ୍ରମୁଗ୍ଧ ଭାବକରି ll ପ୍ରୀତି ଚାଦରରେ କେତେ ଛବି […]

ଦୀପାବଳି – ପ୍ରିୟମ୍ବଦା ରାଉତ

ଶୁଣ ଆହେ ସୁଧିଜନ ଦୀପାବଳିର ଆଖ୍ୟାନ ତ୍ରେତୟା ଯୁଗରେ ରାମ ପୁରୁଷୋତ୍ତମ ଲଙ୍କାରେ ବଧି ରାବଣ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଫେରିଥିଲେ କାର୍ତ୍ତିକ ଅମାବାସ୍ୟl ଦିନ ସଙ୍ଗତରେ ସୀତା ଲକ୍ଷ୍ମଣ ଅଧର୍ମକୁ ନାଶି ଧର୍ମ କଲେ ସ୍ଥାପନ l ପ୍ରଭୁଙ୍କ ସ୍ୱାଗତ ପାଇଁ ପୂର୍ଣ୍ଣକୁମ୍ଭ ଦ୍ୱାରେ ଥୋଇ ରମ୍ଭାବୃକ୍ଷ ଦୁଇ ପାର୍ଶ୍ୱେ ସୁନ୍ଦର କାନ୍ତି ଆମ୍ର ପଲ୍ଲବେ ତୋରଣ କରିଲା ମନ ହରଣ ସତେ କି ଅଯୋଧ୍ୟା ପୁରୀ ଅମରାବତୀ ସନ୍ଧ୍ୟାର […]

ଭଙ୍ଗା ସିଲଟ – ନିର୍ମଳ ନାୟକ

  ଶୁନ୍ୟ, ଶୁନ୍ୟ, ମହାଶୁନ୍ୟ… ଓଁକାର ହିଁ ପରଂବ୍ରହ୍ମ… ଶୁନ୍ୟ ହିଁ ସର୍ବଦା ମହାମାନ୍ୟ.. ଶିଶୁ ର ପଠନ ଶୁନ୍ୟ !! ଶୁନ୍ୟ ରୁ ଆରମ୍ଭ ଶୁନ୍ୟ… ଶୁନ୍ୟ ରେ ଶେଷ… ଶୁନ୍ୟ ର ଗୁଣ ମହାଜ୍ଞାନ.. ଶୁନ୍ୟ ହିଁ ବିଶେଷ !! ସିଲଟ ମାଧ୍ୟମ ମାତ୍ର ଶିଶୁର… ପାଠ ଶୁନ୍ୟ ରୁ ପ୍ରାରମ୍ଭ.. ଗୁରୁ ଓ ଶିକ୍ଷା, ଜ୍ଞାନ ବିଧି ର ବିଦ୍ୟା ଧନ ର ଶୁଭକୁମ୍ଭ  !! […]

ତୁମରି ଇଛାରେ – ଡ.ପ୍ରିୟମ୍ବଦା ସାମଲ

ଜଗତର ନାଥ ଅନାଥର ବନ୍ଧୁ ତୁମେ ଜଗତର ସାଇଁ ତୁମେ ମହାବାହୁ ଗଢିଛ ପ୍ରଭୁହେ ଅଖିଳ ବ୍ରହ୍ମାଣ୍ତ ତହିଁ। ତୁମ ପରା ସାହା ତୁମେ ହିଁ ଭରସା ତୁମେ ଅଗତିର ଗତି ଧନ ଜନ କିଛି ମାଗୁନାହିଁ ପ୍ରଭୁ ମାଗୁଛି ଟିକିଏ ଶାନ୍ତି। ଦିନୁ ଦିନ ମନ ହେଉଛି ଉଛନ୍ନ ତୁମ ପଦରଜ ପାଇଁ ସୁଦିନ ଆସିବ ଦର୍ଶନ କରିବି ଆହେ ପ୍ରଭୁ ଭାବଗ୍ରାହୀ। ତୁମ ଦରଶନେ ଜୀବନ ମୋ […]

ଜଣାଣ – ପିତାମ୍ବର ମାଝୀ

  କେତେ ଦୁଃଖ ଦେବ ମତେ ହେ କଳା ଠାକୁର ଶୁଣୁ ନାହଁ ଡ଼ାକ ମୋର ହେଲକି ପଥର ମତେ ଦୁଃଖେ ରଖି… କି ଲାଭ ପାଉଛ କହ ପ୍ରଭୁ ଚକାଆଖି l ଆୟୁସ ମୋହର ଆଜି ସରି ଆସୁଅଛି ଆଖିର ଲୁହକୁ ଥରେ ଦେବ ପ୍ରଭୁ ପୋଛି ପାଶେ ମୋର ଆସି…. ସାନ୍ତ୍ୱନା ଥରୁଟେ ଦେଲେ ହେବି ମୁହିଁ ଖୁସୀ l କେଉଁ ଜନମରେ କେବେ କରିଥିଲି ପାପ […]

ସମ୍ପର୍କ – ବାସନ୍ତି ଲତା ଜେନା

  ମଣିଷ୍ୟ ଜୀବନ ନୁହଇଁ ସମ୍ପୂର୍ଣ୍ଣ ସମ୍ପର୍କରେ ଯୋଡି ଥାଏ ପରିବାର ହୁଏ ରକ୍ତର ସମ୍ପର୍କ ସମାଜରେ ସ୍ଥାନ ନିଏ l୧l ମାତା ପିତା ସଙ୍ଗେ ସନ୍ତାନ ସମ୍ପର୍କ ମମତାରେ ଯୋଡି ଥାଏ ଭାଇ ଭଗ୍ନୀ ମଧ୍ୟେ ସ୍ନେହର ସମ୍ପର୍କ ପବିତ୍ର ବନ୍ଧନ ହୁଏ l୨l ପତି ପତ୍ନୀ ମଧ୍ୟେ ପ୍ରେମର ସମ୍ପର୍କ ଲେଖେ ଅଭୁଲା କାହାଣୀ ଦୁଇଟି ଶରୀର ଏକ ମନ ପ୍ରାଣ ନୂତନର ଅlଗମନୀ l୩l ବନ୍ଧୁ […]

ଦିବା ସ୍ବପ୍ନ – ପ୍ରସନ୍ନ କୁମାର ସାହୁ

ଦିବା ସ୍ବପ୍ନ ମୁହିଁ ଦେଖୁଅଛି ପ୍ରିୟେ ତୁମ ପାଶେ ଅଛ ବୋଲି, ଗପି ଚାଲିଅଛି ମନରେ ସତରେ ତୁମେ ଶୁଣୁ ଅଛ ବୋଲି। ପାଏନି ଉତ୍ତର ତୁମ ଠାରୁ କିଛି ମୋ ମନ ବ୍ୟାକୁଳ ହୁଏ, ମନରେ ସତରେ ଦେଖେ ତୁମ ରୂପ ସତରେ ଦେଖି ନଥାଏ। କାହିଁକି ରହିଛ ମନରେ ତୁମେ ଯେ ସତରେ ଯଦି ହେ ନାହଁ, ଛାଇ ଭଳି ତୁମେ ମୋର ପାଶେ ସଦା ଦିବା […]

କବି – ଅମରଜିତ୍‌ ମଲ୍ଲିକ

କବିଟିଏ ନୁହେଁ ଛଡ଼ା ପୁଷ୍ପଟିଏ ଲାଗି ମଉଳିବା ପାଇଁ କବିଟିଏ ଅଟେ ସଜ ଫୁଲଟିଏ ଫୁଟି ସଦା ରହିଥାଇ।।୧। କବିଟିଏ ନୁହେଁ ଅଲୋଡା କାଷ୍ଠଟେ ପଡ଼ି ରହିଯିବା ପାଇଁ କବିଟିଏ ଅଟେ ଚନ୍ଦନ ବୃକ୍ଷଟେ ବାସ୍ନା ଭରିଦେବା ପାଇଁ।।୨। କବିଟିଏ ନୁହେଁ ଅତୁଠ ପଥର ଅଲୋଡା ରହିବା ପାଇଁ କବିଟିଏ ଅଟେ ସୁନ୍ଦର ମଣ୍ଡପ ସମସ୍ତ ବସିବା ପାଇଁ।।୩। କବିଟିଏ ନୁହେଁ ଗରମ ପବନ କପଡା ଖୋଲିବା ପାଇଁ କବିଟିଏ […]

ଦୂନିଆଁର ରଙ୍ଗମଞ୍ଚ – ଚନ୍ଦ୍ରକାନ୍ତ ଜେନା

ଦୂନିଆଁ ରଙ୍ଗମଞ୍ଚେ ଅଭିନେତା ହୋଇ ଆସିଛି ମୁଁ ଅଭିନୟ ଦେଖାଇବା ପାଇଁ !! ଅଭିନୟ ଦେଖି ମୋର କିଏ ମାରେ ତାଳି କେବେ ଛୋଟ ବଡ ତୃଟି ଦିଏ ମୋତ ଗାଳି !! ଏହିତ ଜୀବନ ମଞ୍ଚେ ଲେଖା ମୋ ନାଟକ କେବେ ହସ କେବେ ଖୁସି କେବେ ପ୍ରେମେ ପରିତିକ୍ତ. !! କେବେ ଆସେ କାଳ ରାତି ଅମାବାସ୍ଯା ନେଇ କେବେ ଚାନ୍ଦ ହସୁଥାଏ ଖିଲି ଖିଲି ହୋଇ. […]

Subscribe US Now