ଏକା – ଗେଲାମଣି ପ୍ରଧାନ

ତୁମକୁ ପାଇବା ପାଇଁ ନିଜକୁ ମୁଁ..ଦେଲି ହାରି ପାଖରୁ ଦେଖିବା ପାଇଁ ଦୌଡ଼ି ଆସି ଏବେ ମୁହିଁ… କଥା ପଦେ ଶୁଣି ନାହିଁ ଆଉ କେବେ ଦେଖି ନାହିଁ ଅଜଣା ହୋଇ ମୁଁ…ରହି ତୁମେ ହେଲ ମନେ ବହି ଅଥୟ ହୃଦୟ ଆଜି ଆସିବା ହିଁ ସ୍ବପ୍ନ ଖୋଜି କୁଆଡେ ଯାଇଛି ବସି ଭାବନା ହେଉଛି ଖୁସି ଦୁଃଖଟେ ପ୍ରକାଶେ ରାତି ନିରବ ରୁହେ ମୁଁ…ନୀତି ସକାଳକୁ ଦେଖି ଆଖି […]

କଳା ଜ୍ୟୋତିଷ – ସ୍ମୁତିରଞ୍ଜନ ପ୍ରିୟଦର୍ଶୀ

ହେ କଳା ଜ୍ୟୋତିଷ, ଜୀବନ ଶଳିତା ଜଳି ଜଳି ଯାଏ ଖୋଜେ ଖାଲି ତୁମ ଆଶିଷ…ହେ କଳା ଜ୍ୟୋତିଷ। ଦୁନିଆ ଦୁଇଟି ନିଆଁ ର ଖେଳ ଖେଳ ସରିଗଲେ ପୁରଇ କାଳ ଶରୀର ହୁଅଇ ପାଉଁଶ…     ହେ କଳା ଜ୍ୟୋତିଷ। ଏନ୍ତୁଡ଼ି ନିଆଁ ରେ ଦିନେ କୁଆଁ କୁଆଁ ର ସେ ତାନେ ଦେଇଥିଲ ମୁଖେ ହରଷ….   ହେ କଳା ଜ୍ୟୋତିଷ। ଜୀବନ ଜଞ୍ଜାଳ ଏବେ ଯଦି ଦେଇଅଛ […]

ଯାତ୍ରା କଳାକାର – ଚନ୍ଦ୍ରକାନ୍ତ ଜେନା

କଳାର ପୂଜାରି କଳାକାର ଆମେ କଳାକୁ ପୂଜୁଛୁ ନିତି ଏ ମଞ୍ଚରେ କେବେ କାନ୍ଦି ପକାଉ ‘ତ କେବେ ଦେଉଖାଉ ହସି              !! ଏ ମଞ୍ଚ ଗଢିଛି କେତେ ବାପା ‘ମା କେତେ ଶତ୍ରୁ,ମିତ୍ର,ଭାଇ କେତେ ‘ଯେ ପ୍ରେମିକା ଆସନ୍ତି ଯାଆନ୍ତି ହିସାବ କେ ରଖେ ନାହିଁ              !! ହାତ ଧରି କେତେ […]

ବୋଉ ଆମର – ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

ଅମୃତ ର ସ୍ଵାଦ ଚାଖିନାହିଁ କେବେ ଚାଖିଛି ବୋଉର ରନ୍ଧା । ଲୋଡା ନାହିଁ ମୋର ଅମୃତ ଚାଖିବା ବୋଉ ସ୍ନେହରେ ମୁଁ ବନ୍ଧା ।। ସ୍ଵର୍ଗ ର କାହାଣୀ ଶୁଣିଅଛି ମୁହିଁ ସବୁ ସୁଖ ଯହିଁ ଠୁଳ । ହେଲେ ମୁଁ ଜାଣିଛି ସ୍ବର୍ଗ ଠାରୁ ବଡ଼ ଅଟେ ମୋ ବୋଉର କୋଳ ।। ପଥର ର ମୂର୍ତ୍ତି ପୂଜେ ନାହିଁ କେବେ ଯାଏନି ମୁଁ ଦେବାଳୟ । […]

କନ୍ୟାଦାନ – ପ୍ରେମଲତା ସାହୁ

ସରିଗଲା ଝିଅ ତୋ ବାପ ଘର ଖେଳ ସଂସାର ତୁ କରିବୁ ଯାଆ, ଶାଶୁଘରେ ଜମା ଅବୁଝା ହେବୁନି ରଖିବୁ ଲୋ ବାପା ର ନାଆଁ। ଶାଶୁ ଶଶୁର ତୋ ହେବେ ଲୋ ନିଜର ବାପା ହେବେ ତୋ ପର, ଶଶୁର ଙ୍କୁ ବାପା ଶାଶୁ ଙ୍କୁ ତୋ ମାଆ ଡାକିବୁ ଲୋ ଝିଅ ମୋହର। ଦିଅର ,ନଣନ୍ଦ, ଯା ,ଦେଢ଼ ଶୁର ସଭିଙ୍କୁ ଲୋ କରି ନିଜର, ସଂସାର […]

ହେ ମହାବାହୁ – ବନ୍ଦିତା ସାହୁ

ଜଗତର ନାଥ ଆହେ ଜଗନ୍ନାଥ ପ୍ରଣାମେ ମୋର ହୃଦୟୁ କେଉଁ ଶବ୍ଦେ ବ୍ୟକ୍ତ କରିବି ମୁଁ ଛାର, ତୁମେ ହିଁ ତ ମହାବାହୁ। ତୁମେ ହିଁ ନଶ୍ୱର ତୁମେ ନିରନ୍ତର ତୁମେ ହିଁ ତ ପରଂବ୍ରହ୍ମ ତବ ଦରଶନେ ବ୍ୟଥିତ ପ୍ରାଣ ମୋ  କ୍ଷଣେ ଲଭେ ଉପଶମ। ନୀଳାଚଳ ଧାମେ ବିରାଜି ଅଛ ହେ ପୁଣ୍ୟ ମହୋଦଧି କୂଳେ ଉତ୍କଳର ତୁମେ ମଉଡମଣି ହେ ବନ୍ଧା ଭାବର ଡୋରି ରେ। […]

ମନମନ୍ଦିରେ(ଏକପଦୀ )

ମନ ମନ୍ଦିରରେ  ପ୍ରଦୀପ ମୁଁ ଜାଳି          କରୁଛି ତୁମକୁ ପୂଜା l  ଭକ୍ତି ଅର୍ଘ୍ୟ ଦେଇ  ସଂମ୍ମାନ ପ୍ରସାଦେ         ଉଡାଏ ପିତାଙ୍କ ଧ୍ବଜା  ll ମୃତ୍ୟୁଞ୍ଜୟ ସାହୁ  ବଡମ୍ବା, କଟକ ମୋ:-9090700601

ଯାଯାବର – ବିନୋଦିନୀ ଦାଶ

ନିର୍ଦ୍ଦିଷ୍ଟ ଘର ନଥାଇ ପେଟ ପାଇଁ ଏଠି ସେଠି ବୁଲେ ଯିଏ ଏ ସଭ୍ଯ ସମାଜ ତାକୁ ଯାଯାବର ବୋଲି ଆଖ୍ୟା ଦେଇଥାଏ । ଆଦିମ ମଣିଷ ବନେ ଖୋଜୁଥିଲା ସିନା ମାଂସ, ଫଳ ମୂଳ ହେଲେ ଆଜି ବି କେତେକ ଯାଯାବର ସେହି ପେଟ କରି ମୂଳ । ପୁଣି ଏ ମଣିଷ ମନ ଯାଯାବର  ନଥାଏ ତା’ର ଠିକଣା କେତେବେଳେ ଉଚିତ୍ ପଥ ଆପଣାଏ କେତେବେଳେ ବାଟବଣା […]

ଆଶ୍ବାସନା-ବିନୋଦିନୀ ଦାଶ

ମୁଁ ଯେ ଆଶ୍ବାସନା ଅଟଇ ଶାନ୍ତ୍ବନା ଥାଇ ମାନବ ପାଖରେ ସକଳ ଦୃଦୟ ତୋଷ କରୁଥାଏ ମୋ ମଧୁର ସ୍ବଭାବରେ । ଶିଶୁ ଅବସ୍ଥାରୁ ବୃଦ୍ଧାବସ୍ଥା ଯାଏ ରହି ତାହାର ସାଥିରେ ତା’ ସୁଖଦୁଃଖରେ ନିଜକୁ ସମର୍ପି ମନକୁ ତାହାର ଭରେ । ବିପଦ ସମୟେ ମୋର ସ୍ପର୍ଶ ଦେଇ ତା’ ମନ ଭୁଲାଇ ଦିଏ ସମ୍ପଦ ସମୟେ ମୋତେ ଭାବିଭାବି ମନେ ସେ ଉତ୍ଫୁଲ୍ଲ ହୁଏ । ଶିଶୁ […]

ପ୍ରେମ -ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

ପ୍ରେମ କେବେ ନୁହେଁ ମିଛ ମାରିଚିକା ନୁହେଁ ମରୁ ଚୋରା ବାଲି ।  ପ୍ରେମ ପରା ଅଟେ ରଙ୍ଗୀନ୍ ଫଗୁଣ ଏଠି ବସନ୍ତର ବାସ୍ନା ଖାଲି ।।  ପ୍ରେମ କେବେ ନୁହେଁ ଅଶାନ୍ତ ଲହରୀ  ଜୀବନ ବୁଡାଇ ଦେବ ।  ପ୍ରେମ ପରା ଅଟେ ଶ୍ରାବଣର ମେଘ  ସ୍ଵପ୍ନରେ ଭିଜେଇ ଦେବ ।। ପ୍ରେମ କେବେ ନୁହେଁ ବୈଶାଖୀ ତାତିଯେ  ଶରୀର ତତାଇ ଦିଏ । ପ୍ରେମ ସବୁବେଳେ ମଳୟ […]

Subscribe US Now