ଅନ୍ତରଙ୍ଗ ବନ୍ଧୁ – ବାସନ୍ତି ଲତା ଜେନା

  ଦୁଃଖ ସୁଖ ଭରା ଜୀଵନ ପଥରେ ବନ୍ଧୁ ଦରକାର ହୁଏ ମନ କଥା ଖୋଲି କହିଲେ ବନ୍ଧୁରେ ମନ ଶାନ୍ତ ହୋଇ ଯାଏ l ୧l ଭଲ ବନ୍ଧୁଟିଏ ଜୀବନରେ ଥିଲେ ଆଉ କିଛି ଲୋଡ଼ା ନାହିଁ ଆପଦେ ବିପଦେ ସାହା ହୋଇଥାଏ ଦୁଃଖ ଯାଏ ତ ଦୂରେଇ l ୨l ଏସାର ଦୁନିଆ ସ୍ୱାର୍ଥରେ ଭରିଛି ସ୍ୱାର୍ଥର ସାରଥୀ ହୋଇ ସ୍ୱାର୍ଥ ସରିଗଲେ ଦୂରେଇ ଯାଆନ୍ତି ବିପଦରେ […]

ମନକୁ ନକର ଗେଳିଆ – ସୀମାଞ୍ଚଳ ପଣ୍ଡା

  ମନରେ    ଜଗତ    ହୁଏ   ଆତଯାତ ଲୋଡିଲେ ବିବେକ ବତାଏ ବାଟ, ମନକୁ    ଗୋଳିଆ   କଲେ ବିଟାଳିଆ ହୋଇ  କରିଥାଏ  ଅବୁଝା ନାଟ। ମନ   ଥିଲେ  ଭଲ   କରମେ   ଅସଲ ଫଳ ଲଭେ  ନର  ସରଳେ  ଅତି, ମନର   ଭାବନା    ଥିଲେ    ଆନମନା ହୁଅଇ    ବିଷମ    ଫଳ   ପ୍ରାପତି, ମନକୁ   ସଜାଡ଼ି   ଆଗେ   ଚାଳ  ଗାଡ଼ି ମନୋବଳେ ପାର  ହୋଇବ […]

ପରିବେଶ ସୁରକ୍ଷା ପାଇଁ ଆମର କର୍ତ୍ତବ୍ଯ – ସୁକାନ୍ତ ଖଣ୍ଡା

ଆମେ ଜଣେ ଜଣେ ବଡ଼ ଆଉ ଭଲ ମଣିଷ ଆମକୁ ପରିବେଶ ସଫା କରିବାକୁ ହେବ ଏ କଥା ତୁ ଭାବି ପାରିଲୁ କେମିତି? ଆମେ କି ନୀଚ୍ଚ କୁଳରେ ଜନ୍ମ?? କହୁଥିଲେ ସେମାନେ ଯେଉଁମାନେ ଉଚ୍ଚ ପଦ ପଦବୀରେ ଆସ୍ଥାନ ଜମେଇ ମାଡି଼ ବସିଥିଲେ। ଟିକି ଶିଶୁଟିଏ ଶୁଣି କହିଲା ଆଜ୍ଞା ! ପରିବେଶ ନଷ୍ଟ କଲାବେଳେ ଧୁରନ୍ଧର ଅଥଚ ନିଜ ସ୍ବଚ୍ଛତା ନିଜେ ରକ୍ଷା କରିବାକୁ କୁଣ୍ଠାବୋଧ […]

ଓଡିଆ ପୁଅ – ସୀମାଞ୍ଚଳ ପଣ୍ଡା

  ଓଡ଼ିଆ      ପୁଅର     ଗୁଣ  ଗାରିମାର ତୁଲ କେହୋଇବ ଜଗତ ବାସୀ, ସଂସାର   ତା’ଠାର    ଏକ   ପରିବାର ସବୁରି ମେଳରେ ସର୍ବଦା  ଖୁସି। ବୀରତ୍ୱ    ତାହାର    ନାହିଁ   ପଟାନ୍ତର ଖାରବେଳଶିଳାଦେହରେଲେଖେ, କପୀଳେନ୍ଦ୍ର   ଅବା   ପୁରୋସ୍ତମ  ଦେବ ଇତିହାସ   ତା’ର  ପ୍ରମାଣ ରଖେ, ଯୁଦ୍ଧ    ରକ୍ତପାତ   ହୋଇଛି    ଅନେକ ଜନ୍ମ  ଭୂମି   ପାଇଁ  ଲଢ଼ିଛି   ହସି, ଓଡ଼ିଆ     ପୁଅର  […]

ହେ ଶିବ ଶଙ୍କର – ଅମରଜିତ୍ ମଲ୍ଲିକ

ଆଣି ଗୋରସ ଶିବଙ୍କ ପାସ ଢାଳିଦେବ ତାଙ୍କ ମୁଣ୍ଡେ କାର୍ତ୍ତିକ ମାସ ସବୁଠୁ ଶ୍ରେଷ୍ଠ ନାମ ତାଙ୍କ ଥାଉ ତୁଣ୍ଡେ।।୧। ଦୁରୁଦୁରା ଆଉ ଗଇସ ଫୁଲ ତ୍ରିସାଖା ବେଲ ପତ୍ରର ଶାନ୍ତି କରିବ ସୋମ ବାରରେ ଏସବୁ ନେଇ ଥାଳର।।୨। କେତେ ନାମରେ କେତେ ଯାଗାରେ ପୂଜିତ ହେଉଛ ତୁମେ ତୁମ ସେବାରେ ଅବହେଳାରେ ଦେଖାଇ ଦିଅ କର୍ମେ।।୩। ହେ ଶିବଶମ୍ଭୁ ତ୍ରିନେତ୍ର ଧାରି ସବୁ ଦେଖୁଥାଅ ବୋଲି ପାପ […]

ଝିଅ ଜୀବନ – ସୋନାଲି ସ୍ବପ୍ନା ପାତ୍ର

  ଝିଅଟିଏ ବୋଲି ଜଣା ପଡିଗଲେ ଗରଭରେ ମରେ ସେହି, କାହିଁକି ବୁଝେନା ମନର ବେଦନା ନୃଶଂସ ମଣିଷ ଏହି । ବଢିଲା ଝିଅର ଉପରେ ନଜର ପୁଣି ସୃଷ୍ଟି କେତେ ଭୟ, ଧର୍ଷଣ,କଷଣ ସବୁ ତା’ ପାଇଁ ହୋଇଥାଏ ଅସହାୟ । ଝିଅଟିଏ ହୋଇ ଜନ୍ମ ନେବା ବୋଧେ ସମାଜ ଭାବୁଛି ପାପ, ସ୍ରଷ୍ଟାଙ୍କ ସୃଷ୍ଟିରେ ଝିଅଟିଏ ଯିଏ ସିଏ ଏକ ଅଭିଶାପ । ସୋନାଲି ସ୍ବପ୍ନା ପାତ୍ର […]

ଦେଖିବା – ସୁକାନ୍ତ ଖଣ୍ଡା

ଦେଖିବା ସଭିଙ୍କ ଅଭିଳାଷ ଥାଏ ନୂତନ ଜାଣିଲେ ସ୍ଥାନ ପର୍ଯ୍ଯଟନ ସ୍ଥଳୀ ଅବା ଧର୍ମପୀଠ ଦେଖିବାକୁ କନକନ।୧ ହାଇଁପାଇଁ ହୁଏ ଯେମିତି ଭୋକଟା ବେଳୁବେଳୁ ବଢୁଅଛି ଦେଖାବାର ପାଇଁ ଆହା କି ନିଶାଟେ କାମନାରେ ସଢୁଅଛି?୨ ପୁରୀ ବୃନ୍ଦାବନ ଗଙ୍ଗା ଆଉ ଗୟା ପବିତ୍ର ଧର୍ମର ପୀଠ ଯେତେ ଦେଖୁଥିଲେ ନୂଆ ଲାଗୁଥାଏ ସର୍ବଦା ଲୋକଙ୍କ ଗୋଠ।୩ କେତେ ଭଲ ଲାଗେ ଦେଖିବାକୁ ଗଲେ ମନ ଓ ହୃଦୟ ଶାନ୍ତି […]

ସୁରତରଙ୍ଗିଣୀ – ବେଣୁଧର ସୂତାର

ଧୂର୍ଜଟି ଜଟା ମଣ୍ଡିତା ମୁଁ ଯେ ବିଷ୍ଣୁ ପଦସୃତ ସୁରଧୁନୀ ତ୍ରିପଥ ଗାମିନୀ ପୀୟୂଷ ପ୍ଳାବିନୀ ଗତିଶୀଳା ଏକ ଯାଜ୍ଞସେନୀ ।। ବିଷ୍ଣୁପଦୀ ମୁଁ ବିଷ୍ଣୁ ପଦରୁ ଅବତରୀ ଆସି ଧରାତଳ ଚିରନ୍ତନୀ ମୁଁ ଯେ ଚିନ୍ମୟୀ ନଈ ଦୁର୍ବାର ଗତି ମୋ ଚିରକାଳ ।। ଦୁର୍ଗମ ପଥଚାରିଣୀ ମୁଁ ପରା ଅତଳେ ବିତଳେ ମହୀବକ୍ଷେ ସ୍ବର୍ଗରୁ ଆସି ମିଶିଛି ଧରାରେ ଜୀବାତ୍ମା ମୁକ୍ତିର ମହାଲକ୍ଷ୍ୟେ ।। ଭୂଦେବୀର ମୁଁ […]

ଅଭାବ – ଦୀନବଂଧୁ ବେଜ

ଗାଡିଘୋଡା , ଚାକର ବାକର ମଉଜ ମସ୍ତି ଓ ଗହଣା ଗାଣ୍ଠି , ଖିରିପୁରି ପିଠାପଣା ଖୁସିବାସି ସବୁ ଆଣ୍ଟକରି ଧରିଛି ତଣ୍ଟି । ବଦ ହଜମ ଅଥବା ବଦଖର୍ଚ୍ଚ ବ୍ୟସ୍ତ ଭିତରେ ସମୟ ଅଭାବ, ଗହଳି ଚହଳିରେ ଅଣନିଶ୍ଵାସ ପ୍ରାୟ ନଇରେ ବୁଡ଼ୁଥିବା ନାଵ। ବଡ଼ ବାଉଁଶରେ ବେଶି ପୋଲ ନଈବାଲି ପରି ଟଙ୍କା ଓ ପଇସା, ଘୋର ଜଞ୍ଜାଳରେ ମାଡ଼ି ଆସି ଗର୍ବକୁ ଦିଗୁଣିତ କରୁଛି ସହସା […]

ତୁମେ କେଉଁଠି – ପବିତ୍ର ବେହେରା

“”””””କେଉଁଠି ତୁମେ”””””” ହେ ମୋ ଅଳସୀ ନିଦ ର ଲାବଣ୍ୟବତୀ ହେ ମୋ ଚଞ୍ଚଳ ପ୍ରେମ ର ମୋଉନାବତୀ “””” କେଉଁଠି ତୁମେ””” କୁଲାଡ ଗଡ ଦୁର୍ଗରେ ଭାଙ୍ଗି ପଡିଥିବା ପାହାଚରେ ଅଛ ନା’ ଆକଶ ବକ୍ଷ ର ନୀଳ ସାଗର ରେ ଲୁଚି ଅଛ। “”””” କେଉଁଠି ତୁମେ””” ନୟାଗଡ ରାଜକୁମାରୀ,କୋଟିବ୍ରହ୍ମାଣ୍ତ ସୁନ୍ଦରୀ, ଅନନ୍ଦରେଖା, କଳାବତୀ,ରସରେଖା,ଈସ୍ପିତା,ଐଶ୍ଵର୍ଯ୍ୟ। “””””” କେଉଁଠି ତୁମେ “””” ହେ ଲାବଣ୍ୟବତୀ ମୁଁ ତୋ ଯୋଗୀଟିଏ,କବିଟିଏ […]

Subscribe US Now