Oh! My Dear Face Oh! My Dear Face Never be upset I didn’t come to pimples I didn’t come to dimples Oh! My dear face Never be upset I didn’t come to wrinkles I didn’t come to mind rankles Oh! My Dear Face Never be upset. Poet Biography – Ananta […]
Poetry
ସେହି ପରା ଆମ ମାଆ – ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ମମତା ପ୍ରେମର ମୃତ୍ତିଟିଏ ସିଏ ବିପଦେ ଆପଦେ ସାହା ସିଏ ଥିଲେ ଆମ ଶକ୍ତି ବଢିଯାଏ ସେଇପରା ଆମ ମାଆ || ସବୁଠାରୁ ମଧୁର ପୁଣି ସୁନ୍ଦର ଶବଦ ଟିଏ ପରା ମା ତାହାରି କୋଳଟି କେଡେ ନିରାପଦ ଶାନ୍ତି ନିଦ ହୁଏ ଆହାଃ || ପଣତ କାନିଟି ତା କେଡେ ନିଜର ଭାରି ଭଲ ଲାଗେ ମୋତେ ତାର ବଳିଦାନ ବ୍ୟାପିଯାଇଅଛି ମାଟିରୁ ଆକାଶ ସତେ || କେତେ […]
ଜଗତକୁ ରଖ ହେ କୃପାସିନ୍ଧୁ – ରଞ୍ଜନ କୁମାର ପଣ୍ଡା
ଦୁଃଖରେ ହେଉ କି ସୁଖରେ ହେଉ ତୁମ ନାମ ପ୍ରଭୁ ମୋ ତୁଣ୍ଡେ ଥାଉ । ଦୀନବନ୍ଧୁ ବୋଲି ଗୁହାରୀ ମୋର ସତ ହହିବାକୁ ଲାଗୁଛି ଡର । ତଥାପି କହୁଛି ଶୁଣ ଠାକୁରେ ଚକାଆଖି ମୋର ଆସ ସତ୍ୱରେ । ଦେଖିବ ଜଗତ ମିଛର ଘର ନିଜ ଲୋକ ଏଠି ସବୁଠୁ ପର । ମିଛ ବାକ୍ୟ ଆଉ ଟାହି ଟାପରା ଚାଲିଛି ଦେଖିବ ଜଗତ ସାରା […]
ଜଣାଣ – ପିତାମ୍ବର ମାଝୀ
ଅକ୍ଷୟ ତୃତୀୟା ଦିନଠାରୁ ତୁମ ରଥ କାର୍ଯ୍ଯ ଆରମ୍ଭିଲା କେବେ ହେବ ତୁମ ରଥଯାତ୍ରା ପ୍ରଭୁ କୁହ ଥରେ ଚକାଡ଼ୋଳା l ଦେଖିବାକୁ ତୁମ ବାମନ ରୂପକୁ ମନ ମୋର ବଳିଲାଣି ମାଉସୀ ମନ୍ଦିର ପୋଡ଼ ପିଠା ଖାଇ ରଥ ନେଉଥିବି ଟାଣି l ରଥରେ ବସିଣ କଳା ଠାକୁର ହେ ଝୁଲିଝୁଲି ଆସୁଥିବ ତୁମ ଦରଶନେ ଆନନ୍ଦ ଲଭିବି ନେତ୍ର ମୋ ପବିତ୍ର ହେବ l କଳୁଷିତ […]
ଶେଷ ସପନର ରାତି – ବେଣୁଧର ସୂତାର
ଶୁଭ୍ରଅଙ୍ଗେ ଯାର ଉଛୁଳା ଯୌବନ ଅସୁମାରୀ ରୂପ ଢେଉ ପ୍ରୀତିପୀୟୂଷର ରେଶମୀଶେଯରେ ସରିଯାଏ ପରମାୟୁ ବିମୋହିନୀ ପ୍ରୀତିଧାରା ସୁଧାକର ପ୍ରୀତି ଅମିୟ ରାସରେ ହେଉଥାଏ ଆତ୍ମହରା ।। ମଧୁ ଯାମିନୀରେ ମଧୁଶାଳା ପୁରେ ମଧୁଶଯ୍ୟା ମଧୁବାସେ ସପନ କୁମାର ପ୍ରଣୟ ଶୃଙ୍ଗାର ଅମୃତ ମିଳନ ଆଶେ ଗଗନ ବିତାନ ତଳେ ପ୍ରଣୟ ମଞ୍ଜୟରୀ ସଲିଳ ସୁନ୍ଦରୀ ସରସୀର ନୀଳଜଳେ ।। ଭାବଅନୁରାଗେ ନବୀନ ସରାଗେ ହାସ୍ୟମୟୀ କୁମୁଦିନୀ ପ୍ରୀତିଅର୍ଘ୍ୟସାରେ ପ୍ରଣୟ […]
ହେ ବୁଦ୍ଧ ଦିଅ ଆଶିଷ – କଳ୍ପନା ରାୟ
ହେ ବୁଦ୍ଧ, ତୁମେ ଦିଅ ଆଶିଷ ଆଜିର ଶିଶୁଙ୍କୁ ……. ନ ଦେଖନ୍ତୁ ସଂସାର ମୃତ୍ୟୁକୁ ଶୋଷଣ, ଦଂଶନ, ଆଉ ଅପମୃତ୍ୟୁକୁ ନାବାଳିକା ନ ହେଉ ଧର୍ଷଣ ନ ହେଉ ଶିଶୁ ବିକ୍ରି, ନ ରହୁ ଭୋକିଲା ହେ ବୁଦ୍ଧ ତୁମେ ଦିଅ ଆଶିଷ ଯୁବକଙ୍କୁ ବିଭିନ୍ନ ଦଳ ନାଁ ନେଇ ସେମାନେ ମଣିଷ ସହ ଖେଳ ନ ଖେଳନ୍ତୁ ଏଟି.ଏମ୍.ଚୋରି, ସୁନା ଦୋକାନୀଙ୍କୁ ଗୁଳି, ସିମ୍ […]
ତୁମେ ଗଲା ପରେ – ସିଲଭା ରାଣୀ ଧଳ
ନୀଳ ଆକାଶରେ ବାଦଲ ଢାଙ୍କିଛି ଜହ୍ନ ଆଲୁବି ପଡିଛି ଫିକା ,, ତୁମେ ଗଲାପରେ ମୋ ଆଖିର ଲୁହ ଉପହାସ କରି କହେ ତୁ ଏକା ll ଅଧା ବାଟେ ହାତ ଛାଡିଦେଲ ମୋର ଦେଇ ନଥିଲି ମୁଁ ତୁମକୁ ଧୋକା ,, ମିଛ ପ୍ରେମ ଥିଲା ମିଛ ସ୍ବପ୍ନ ଥିଲା ମିଛଥିଲା ବୋଧେ ମୋ ଭାଗ୍ୟରେଖା ll ମାଗି ନଥିଲି ମୁଁ […]
ଘର ମନ୍ଦିରର ଚଳନ୍ତି ଦେବତା – ସୌଦାମିନୀ ତ୍ରିପାଠୀ
ବିଶ୍ୱ ନିୟନ୍ତା ସ୍ରୁଷ୍ଟି ପିତାମାତା ସୁନ୍ଦର ସର୍ଜନା କଲେ ଗଢି ପରିବାର ସୁଖର ସଂସାର ସ୍ନେହ ତ୍ୟାଗ ଗୁଣ ଦେଲେ l ପିତା ମାତା ତୁମେ ଜୀବନ୍ତ ଦେବତା ପାଦେ ଶତ ନମସ୍କାର୍ ସୁଝି ପାରିବୁନି ତୁମରି କରଜ ଜନମି ପାଳି ଯତ୍ନର l କେତେ ରକ୍ତ ତୁମ ପାଣି ଫଟାଇଛ ନିଜ ସ୍ୱାର୍ଥ ନ ଦେଖିଛ ମୁଣ୍ଡ ଝାଳ ତୁଣ୍ଡେ ମାରି ରାତି ଦିନ ସନ୍ତାନେ ସୁଖ […]
ଛାଇ ଆଲୁଅ – ଶ୍ରୀରାମ ସାହୁ
ପ୍ରବଞ୍ଚକ ଦୃଶ୍ୟମାନ ଜଗତ ହୁତୁହୁତୁ ହୋଇ ନିଆଁ ଜଳୁଛି। ସାବଧାନ ହୋଇ ଚଳି ନ ଜାଣିଲେ ପୋଡ଼ି ମାରିବାକୁ ହେବ। ଦେଖିଲେ ଶୁଣିଲେ ଯିଏବି କହିବ ଛି… ଛି.. ଭଲ ହୋଇଛି। କୁକର୍ମର ଫଳ ଏଠି ଭୋଗିବ ନାହିଁତ ଭୋଗିବ କେଉଁଠି। ପାଠପଢି କିଛି ଲାଭନାହିଁ ଯଦି ଶୁନ୍ୟ ବୁଦ୍ଧିଜ୍ଞାନ। ଧନସମ୍ପଦ ସବୁ ଅକାରଣ ହୁଏଯେବେ ଚରିତ୍ର ସ୍ଖଳନ। ସଞ୍ଜମତା ନ ରଖିଲେ ଲୋକହସା ତମାମ […]
ଝୁରି ହେଉଛି ମୁଁ ନିତି – ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ହୃଦୟରେ ପ୍ରେମ ମନ୍ଦିର ତୋଳିଛି ବିଶ୍ୱାସ ପଥର ଦେଇ ଦେବତା ଯେ ତୁମେ ମନ ମନ୍ଦିରର ପୂଜେ ପୁଜାରିଣୀ ହୋଇ ।। ଦୁଃଖ କରିବିନି ଏଇ ମନେ କେବେ ହେଲ ନାହିଁ ବୋଲି ସାଥି ତଥାପି କାହିଁକି ମନେ ପଡ ତୁମେ ଝୁରି ହେଉଛି ମୁଁ ନିତି । ପାଦ ମୁଁ ଦେଇଛି କଣ୍ଟା ଭରା ପଥେ ଦୁଃଖକୁ କରି ନିଜର କହିଯାଅ ସାଥି କାହିଁ ଗଲ ଭୁଲି କରି […]
Readers Interaction