ଶ୍ରୀଚୈତନ୍ଯ – ପ୍ରିୟମ୍ବଦା ରାଉତ

ଚଉଦଶ ଛୟାଳିସ ଯେ ମସିହା ଫେବୃଆରୀ ଅଠରରେ, ପିତା ଜଗନ୍ନାଥ ମାତା ଶଚିଦେବୀ କୋଳ ମଣ୍ଡିଣ ଯେ ଥିଲେ l ବିଶ୍ୱମ୍ଭର ମିଶ୍ର ପିତୃଦତ୍ତ ନାମ ନବଦ୍ବୀପଠାରେ ଜନ୍ମ, ବିଶ୍ୱରେ ବିଖ୍ୟାତ ଶ୍ରୀଚୈତନ୍ୟ ଦେବ ପତ୍ନୀ ଲକ୍ଷ୍ମୀପ୍ରିୟା ଧନ୍ୟ l ମନ୍ତ୍ରଗୁରୁ ସ୍ୱାମୀ ଶ୍ରୀ ଈଶ୍ୱରପୁରୀ ସ୍ୱାମୀ କେଶବ ଭାରତୀ, ସନ୍ୟାସ ଗୁରୁ ଯେ ଅଟନ୍ତି ତାଙ୍କରି ରହିଅଛି ତାଙ୍କ କୀର୍ତ୍ତି l ବୈଷ୍ଣବ ଧର୍ମର ପ୍ରଚାରକ ସିଏ ଭଜ […]

ଶାଷୁ – ପ୍ରସନ୍ନ କୁମାର ସାହୁ

ନାରୀ ଟିଏ ଅଟେ ଶାଶୁ, ବୋହୂଟିର ପୁଣି ଯେ ଜ୍ବାଇଁ ପୁଅର, ଦୁଇଟି ସ୍ଥାନରେ ଦୁଇ ଅବତାର ଏକି ଅନ୍ୟାୟ ବିଚାର ? ଝିଅ ହେଉ ମୋର ଘର ମାଲିକାଣୀ ଶାଶୁ ତାର ବୋଲ କରୁ, ବୋହୂ ମୋର ହେଉ ଘର ଚାକରାଣୀ ପୁଅ କୁ ହାତର ନ କରୁ। ନିତି ଝିଅ ଯାଉ ଜ୍ବାଇଁ ସହିତରେ ବଜାର ବୁଲିବା ପାଇଁ, ବୋହୂକୁ ବଜାର ବୁଲିବାକୁ ମନା ରହୁ ଚାକରାଣୀ […]

ଭଣ୍ଡବାବା – ସୁକାନ୍ତ ଖଣ୍ଡା

ଆପଣ ଜାଣିଛନ୍ତି କି ମୁଁ କିଏ? ଆଉ ମୋର ଲକ୍ଷ୍ଯ ଉଦ୍ଦେଶ୍ଯକୁ ଧର୍ମକୁ ଧରି ବେପାର କରିବା ନିଶା କଠିନ ଶ୍ରମରେ ଯାହା ମିଳେ ନାହିଁ ତାକୁ ହାତେଇବ ତ ମୋ ସହ ହାତକୁ ମିଳାଅ ନିରୋଳା କଥାବାର୍ତ୍ତା ହେବା ହେଲେ ହୁସିଆର ଆଉ କିଏ ଯେମିତି ନ ଜାଣେ? ମୋ କଥାକୁ କେଇଜଣ ସମର୍ଥନ କଲେ ଯିଏ ଅର୍ଥ ପାଇଁ ଡହଳ ବିକଳ ସେମାନେ ସବୁ କରିବାକୁ ପ୍ରସ୍ତୁତ […]

କେବେ ଭୂଲ୍ ବୁଝିବନି – ସଂଯୁକ୍ତା ସାହୁ

ମଣିଷ ଜୀବନ ସୁଖ ,ଦୁଃଖ ,ପାପ ପୁଣ୍ୟ ଲୋଭ ମୋହ ମାୟାମରୀଚିକା ପୂର୍ଣ୍ଣ ସତରେ ଠାକୁର ତୁମେ ଜନ୍ମ ଦେଇଛ ସଭିଙ୍କୁ ଗର୍ବ ଅହଂକାରକୁ କରିଥାଅ ଚୁର୍ଣ୍ଣ । ତୁମେ ତ ଶିଖାଇଛ ଆମ ମଣିଷ ଜାତିଟାକୁ ସତଚିନ୍ତା,ସତକର୍ମ କରିବାପାଇଁ ଦେଇଛ ଜନମ କରମ ତ ସବୁ ନିଜ ନିଜର ବଂଚିବାକୁ ସାରା ଜୀବନ ନେଇ । ମୋତେ ଦୁର୍ଲ୍ଲଭ ଜୀବନ ଦେଇଛ ପ୍ରଭୁ ହେ କେବେ ବି ଭୁଲ […]

ଭକତର ଡାକ (୦୨) – ଇଂ ଚନ୍ଦ୍ରଶେଖର ଦାସ

  ଭାଈ ଭଉଣୀର ସାଥିରେ ରହିଛ ସମ୍ପର୍କର ରଖି ମାନ ମୋ ଭଲ ପାଇବା ଡାକ ଦେଉଅଛି ଶୁଣୁନି ତୁମର କର୍ଣ୍ଣ | ଶୁଣିଛି ତୁମକୁ ଗାଳି ଭଲ ଲାଗେ ଚନ୍ଦନ ଲେପ ଯେମିତି ହେଲେ ମୋର ପ୍ରେମ ଏମିତି ମଧୁର ନିଷ୍ଠୁର ହେବି କେମିତି | ପତିତପାବନ ବାନା ଉଡାଇକି କର ଦୁଃଖ ନିବାରଣ ମୁଁ ନୁହେଁ ଦୁଃଖିକି ତୁମ ନଜରରେ କର ମତେ ହଇରାଣ | ଟଙ୍କ […]

କବିତା ଗୋ ତୁମେ – ସସ୍ମିତା ପଣ୍ଡା

  କବିତା ଗୋ ତୁମେ ଏଇ ଫେରୁଥିଲ ବୋଇତ ବନ୍ଦାଣ ସାରି । ଖାଣ୍ଟି ଓଡିଆଣୀ ମନଜିଣା ରୂପ ଭଲ ଲାଗୁଥିଲ ଭାରି ।। ଓଡ଼ିଆ ସଂସ୍କୃତି ମହାନ ମୋ ଗାଥା ସତରେ ଗୌରବମୟ । ତୁମ ପରିପାଟୀ ପୂର୍ଣ୍ଣତମା ଛବି ଭିଜିଗଲା ମୋ ହୃଦୟ ।। ହେମନ୍ତ ଝୋଟିର ସଜଫୁଟା ଫୁଲ ସଦ୍ୟ ଶିଶିର ର ବିନ୍ଦୁ । ମୋତି ଗହଣା ରେ ଶେଫାଳୀ ମହକ ଭିଜି ଗଲା […]

ମିଛ ଅଭିମାନ – ଡ.ମୃତ୍ଯୁଞ୍ଜୟ ସାହୁ

  ସ୍ୱାର୍ଥର ଚକ୍ଷୁରେ ସମାଜ ଦେଖିଲେ ଭୁଲିଯାଏ ହିତାହିତ, କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ ସୃଷ୍ଟି କରେ ଖାଲି କ୍ଷତ | ଅକ୍ଷତ ଶରୀରେ ବିଜୟ ବଦଳେ ପରାଜୟ ଟୀକା ମାରି, ଅନ୍ୟାୟର ଭାର କାନ୍ଧେ ବୋହିଚାଲେ ମିଥ୍ୟାକୁ ଆଶ୍ରୟ କରି | ହସୁଥାଏ ଖାଲି ଅଭିନୟ କରି ମନରେ ଲୁଚାଇ କୋହ, ନିର୍ଜନରେ ଭାଙ୍ଗେ ଦୁଇ ଆଖି ବନ୍ଧ ବୁହାଇ କେବଳ ଲୁହ | ହୃଦୟ କାନ୍ଥରେ ଶ୍ବାସରୁଦ୍ଧ […]

କୁନି ଡଙ୍ଗା – ସସ୍ମିତା ସାହୁ

କୁନି ଡଙ୍ଗା ମୋର ଯିବୁ ବହୁ ଦୂର ନଦୀ ଜଳେ ଝୁଲି ଝୁଲି । ଦେଶ ବିଦେଶ ରେ ଓଡିଶା ର ଗାଥା କହୁଥିବୁ ବୁଲି ବୁଲି ।। ସାଧବ ବଣିକ ସଜାଇ ବୋଇତ ରଖନ୍ତି ନଦୀର କୂଳେ । ସାଧବାଣୀ ଆସି ବନ୍ଦାପନା କଲେ ଫିଟାନ୍ତି ବୋଇତ ଜଳେ ।। ସାଗର ସେପାଖେ ସୁଦୂର ମୂଲକେ ବେପାର ବଣିଜ କରି । ଆମ ଦ୍ରବ୍ୟ ଦେଇ ତାଙ୍କ ଦ୍ରବ୍ୟ […]

ମଧୁର କଳ୍ପନା – ବେଣୁଧର ସୂତାର

ଶିରିଶିରି ଭରା ସମୀରଣେ ମୌସୁମୀ ର ମଙ୍ଗଳାଚରଣେ ଭିଜାଭିଜା ଯେତେ ସବୁ ମୋ ମନର ମଧୁର କଳ୍ପନା କେତେ ଭାବପ୍ରବଣତା ମଗ୍ନ ମାଟି ମଧୁରତା ବିଶ୍ୱାସ ର ବିସ୍ତୀର୍ଣ୍ଣ ବୁକୁରେ ମମତାର ମଧୁ ଆଳାପନା ।। ଶିଶିର ବିନ୍ଦୁର ହସେ ସାଧବବୋହୂର ବେଶେ ଚେତନାର ନରମ ପରଶେ ଭାସିଯାଏ ଭାବନା ସ୍ରୋତରେ ପୁଲକିତ କେତେ ଆଶା ମନେ ମୌନ ପରିଭାଷା କଳ୍ପନା କଦମ୍ବ ତୃଷା ମିଠା ମିଠା ଭାବ ଅନ୍ତଃସ୍ବରେ […]

ମୁଁ ଆଉ ତୁମେ – ଶକୁନ୍ତଳା ପରିଡା

  ତୁମେ ମୋ ଆଖିର ଆଇନା ଆଉ ମୁଁ ସେ ଆଇନର ଚେହେରା !! ତୁମେ ମୋ ମନ ବଗିଚାର ଗୋଲାପ ଆଉ ମୁଁ ସେ ଗୋଲାପର ରକ୍ତିମ ପାଖୁଡା !! ତୁମେ ମୋ ଜହ୍ନ ରାତିର ଜୋସ୍ନା ଆଉ ମୁଁ ସେ ଜୋସ୍ନାର କାକର ବୁନ୍ଦା !! ତୁମେ ମୋ ଦେହର ନିଃଶ୍ବାସ ଆଉ ମୁଁ ଚାଲିଯାଉଥିବା ସେ ପ୍ରଶ୍ୱାସ !! ତୁମେ ମୋ ମନ ଝରଣାର ଝର […]

Subscribe US Now