ହତଭାଗାଟିଏ ମୁଁ ଏ ସଂସାରେ – ରଞ୍ଜନ କୁମାର ପଣ୍ଡା

  ଭାବରେ ମୁଁ ବନ୍ଧା ଅଭାଗା ମଣିଷ ହାତଭାଗା ଏ ସଂସାରେ ପର ଦୁଃଖ ସୁଖେ କାନ୍ଦ ହସ ଯା’ର ସେ ଆଜି ରହେ ଦୁଃଖରେ । ମଣିଷ ଜନମ କିମ୍ପାଦେଲ ପ୍ରଭୁ ନିନ୍ଦା ମୁଁ ଶୁଣୁଛି ନିତି ସେବା ମୁଁ ଯାହାର କରେ ପ୍ରତିଦିନ ସେ ମୋତେ ମାରୁଛି କାତି । ସନ୍ଦେହ ଯା ମନ ତାକୁ କି ବୁଝିବା ସନ୍ଦେହରେ ବିଷ ଵୋଳେ ସ୍ୱାର୍ଥର ପାହାଡ଼ ନିକଟରେ […]

ଆଖି ଦେଖୁଛି ଖାଲି ତୁମକୁ – କଳ୍ପନା ରାୟ

  ହେ ରାଜା !!! ତୁମେ ଆଜି ରାଜରାଜେଶ୍ଵର ବେଶ ଧରି ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ତୁମକୁ ଦେଖିବାକୁ ମନଟା ଖାଲି ଆଉଟୁପାଉଟୁ ହୁଏ ତୁମେ ତ ଜଗତି ଅର୍ଥାତ୍ ସର୍ବୋଚ୍ଚ ସ୍ଥାନ ରତ୍ନବେଦିରେ ବିଜେ କରିଥିବା ନାଥ ସ୍ଵାମୀ, ଜଗତର ମାଲିକ, ତୁମ ସ୍ମରଣ, ଚିନ୍ତନ, ମନନ ମାତ୍ରେ ହିଁ, ସବୁ ଦୁଃଖ ଅପସାରଣ ହୁଏ ତୁମର ଗଜ ଵେଶ ସ୍ନାନମଣ୍ଡପରେ ଦେଖିବାକୁ […]

ସମାନ ହେବ କି ସରଗ ଧାମ – ସୀମାଞ୍ଚଳ ପଣ୍ଡା

  ମଣିଷର     ଧର୍ମ    ସାଂସାରିକ କର୍ମ କରିବ  ଉତ୍ତମ  ଜୀବନ  ସାରା, ନ କରିବ  କ୍ଷତି  ପାପେ  ଦେଇ ମତି ଆନପାଇଁ ସଦା ହେବସାହାରା। ପରିବାର    ରାଷ୍ଟ୍ର   ସମାଜ   ସର୍ବତ୍ର ଚଳିବ   ଏକାଠି   ସଦ୍ଭାବ  ରଖି, ତ୍ୟାଗ   ସମର୍ପଣ    ଭାବକୁ   ଅର୍ପଣ କରିବସଂସାରେ ହୋଇବ  ସୁଖୀ, ଜୀବ ଠାରେ ଦୟା ରଖି ହେବ ସାହା ସେବକ  ପଣରେ  ବଞ୍ଚିବ  ଧରା, ମଣିଷର    ଧର୍ମ  […]

କାର୍ତ୍ତିକ ପୂର୍ଣ୍ଣିମା – ବାସନ୍ତି ଲତା ଜେନା

  କାର୍ତ୍ତିକ ପୂର୍ଣ୍ଣିମା ଆଜି ଲୋ ସଜନୀ ଡ଼ଙ୍ଗା ଭସାଇବା ଆସ ମନ୍ଦିରକୁ ଯିବା ବିଗ୍ରହ ଦେଖିବା ରଜ ରାଜେଶ୍ୱର ବେଶ l୧l ନଡ଼ିଆ କଦଳୀ ବେଲ ପତ୍ର ସଙ୍ଗେ ତୁଳସୀରୁ କିଛି ନେବା ଭକ୍ତି ସହକାରେ ଆରାଧନା କରି କୃପା ଭିକ୍ଷା କରୁଥିବା l୨l ଆମ ପରମ୍ପରା ଆମର ସଂସ୍କୃତି ସବୁଠୁ ନିଆରା ଜାଣ ନୌବାଣିଜ୍ୟକୁ ମନେ ପକାଇବା ଜଳେ ଡ଼ଙ୍ଗା ଭସାଇଣ l ୩l କଦଳୀ ପଟୁକା […]

ଦୟା ଓ କ୍ଷମା – ନିର୍ମଳ ନାୟକ

  ରୂପ ରେ ଗୁଣ ରେ ଥାଉ  ସୁନ୍ଦର… ଦୟା, କ୍ଷମା  ଥିଲେ ଚି଼ର ସୁନ୍ଦର !! ଅଳଙ୍କାର ବିନା ମୋହିନୀ କାୟା.. ସତେ ଅବା ଦୟା,କ୍ଷମାର ମାୟା !! ଜୀବ ପ୍ରତି ଦୟା  ଭାବ  ଆଚରି… କ୍ଷମା କରିଦେବ ହେଲେବି ଅରି !! ସଦା ବେଳେ ଦୟା ଗୁଣ ସହିତ.. ନିର୍ଦୟ ନ ହେବ  କ୍ଷମା ରହିତ !! ଲୋଭ,ମୋହ ଠାରୁ ଯିବ ଦୁରେଇ ସ୍ୱାର୍ଥପରତା କୁ ଦେବ […]

ଶୀତର ଗୀତ(ଶିଶୁ କବିତା) – ସୁସ୍ମିତା ଶତପଥି

  ଶୀତ ରେ ଶୀତ ତୁ ଆମ ମିତ ତୋ ବାଟ ଚାହିଁ,ତୋ କଥା ଭାବି ଗାଉଛି ଗୀତ। ଟପର ଟପର ପଡେ କାକର କେଡେ ସୁନ୍ଦର,ଭିଜାଇ ଦିଏ ସେ ଗଛ ପତର। ହଳଦୀ ମାଖି ମେଲାଇ ଆଖି ବାଡି ବଗିଚା ରେ ଗେଣ୍ଡୁ ଫୁଲ ଝୁଲେ ଆଖି ଯାଉଛି ଲାଖି। ସବୁଜ କ୍ଷେତ ମଜା ବହୁତ ଶୀତ ସକାଳେ ଚଷା ଭାଇ ଗାଏ ଆନନ୍ଦେ ଗୀତ। ଶୀତ କୁ […]

ନାମରସ ପାନ କରେ ମନୁଆ – ସୁରେନ୍ଦ୍ର କୁମାର ବେହେରା

  ନାମରସ ପାନ କରରେ ମନୁଆ ମାୟା ସଂସାରରେ ରହି ରାମ କୃଷ୍ଣ ନାମ ଭଜିବୁରେ ମନ ମୁକତି ଲଭିବୁ ତୁହି ।୧। ଦସ୍ୟୁ ରତ୍ନାକର ମରା ମରା କହି ରାମ ରାମ ଭଜିହେଲା ପ୍ରଭୁଙ୍କ କୃପାରୁ ଏଭଵ ସଂସାରେ ବାଲ୍ମୀକ ପାଲଟି ଗଲା ।୨। ଏସଂସାର ମିଛ ସବୁଏଠି ତୁଛ କୃଷ୍ଣ ରାମ ନାମ ସତ୍ୟ ସଂସାରୁ ତରିବୁ ମୁକତି ଲଭିବୁ ରାମ କୃଷ୍ଣ ଭଜ ନିତ୍ୟ ।୩। […]

ଯାରେ ଭାସି ଭାସି ଯା – ଦମୟନ୍ତୀ ରଥ

  ଯାଆ ଯାଆରେ ଭାସି ଯାଆ……ମୋ ଆ-କା-ମା-ବୈ ଭାସି ଯାଆ ନୀଳ ଦରିଆ……ନୀଳ ଢେଉରେ….ନାଚି ନାଚି ଭାସିଯାଆ…… ,ନୂଆ ସନ୍ଦେଶ…..ନେଇଯାଆ…….(୨ଥର) ଯାଆ….ଯାଆରେ……ଭାସିଯାଆ………..ଆ…..(୦) ଏଇ କାର୍ତ୍ତିକ ପୁନେଇ ଦିନେ…….ଆମ ସାଧବ ପୁଅ ମାନେ ସାତ ଦରିଆ ପାରି ହୋଇ………ନୌବାଣିଜ୍ୟେ ପୋତ ନେଇ ଶୁଭ ମାଙ୍ଗଲ୍ୟେ ଶୁଭବେଳା ବୋହି ଆଣୁଥିଲେ ହୀରା ଲୀଳା… ଜାଭା ସୁମାତ୍ରା ଦ୍ଵୀପେ ଭାସିଯାଏ ସାଧବ ର ନାଆ……….ଆଆ….ଆ…(୨ଥର) ଯାଆ ଯାଆରେ ଭାସିଯାଆ ……………….ଆ……………(୧) ଆମ ଉତ୍କଳ ର […]

ଜୀବନର ଦୀପ ଲିଭି ଲିଭି ଆସେ – ସାଗର କୁମାର ପରିଡା

  ଜୀବନର ଦୀପ ଲିଭି ଲିଭି ଆସେ ମରତ ଉପରେ ମୋର ଶମନ ପୁରରୁ ଚିଠି ଆସିଲାଣି ଗଣ୍ଠିଲି ବାନ୍ଧ ଏଥର ।। ଅମୂଲ୍ୟ ମାନବ ଜୀବନ ବିଭୁଙ୍କ ଆଶିଷ ବଳରେ ପାଇ ଧନ ଦାରା ସୁତ ନାମ ଯଶ ପଛେ ସାରିଦେଲି ଧାଇଁ ଧାଇଁ ।। ହରି ନାମ ମୁଖେ ନ ଧରିଲି କେବେ ବୃଥା ଅଂହଙ୍କାରେ ଜଡି ସୁକର୍ମକୁ ତେଜି କୁକର୍ମରେ ମଜ୍ଜି ପାପ ପଙ୍କେ  ଗଲି […]

ନୈସ୍ବର୍ଗ୍ଯ ପ୍ରେମ – ସରୋଜ କୁମାର ସାହୁ

  ଭୁଲି ଯାଏ ସବୁ ଦୁଃଖ ଯନ୍ତ୍ରଣାର ମୋହ ଆକାଶର ଛାଇ ତଳେ ଥିଲେ ଦୁଇ ଦେହ। ଯୋଡି ହୁଏ ଏକାନ୍ତରେ ପ୍ରେମ ମିଠାସ୍ମୃତି ମାଗେ ନାହିଁ ଅଧିକାର ବିଷାଦର ତାତି । ପବନର ତାଳ ଦେଇ ଉଡି ଆସେ ହସ ଆଖି ଦୁଇ ମାପି ନିଏ ହୃଦୟର ଶୋଷ । ଇଚ୍ଛା ଆଉ ଅଭିଳାଷ ଅନ୍ତ ହୁଏ ମଧ୍ୟେ ବିଶ୍ବାସର ସୂତା ଖିଅ ଆପେ ଆପେ ବାନ୍ଧେ । […]

Subscribe US Now