କନ୍ୟାଦାନ – ପ୍ରେମଲତା ସାହୁ

ସରିଗଲା ଝିଅ ତୋ ବାପ ଘର ଖେଳ ସଂସାର ତୁ କରିବୁ ଯାଆ, ଶାଶୁଘରେ ଜମା ଅବୁଝା ହେବୁନି ରଖିବୁ ଲୋ ବାପା ର ନାଆଁ। ଶାଶୁ ଶଶୁର ତୋ ହେବେ ଲୋ ନିଜର ବାପା ହେବେ ତୋ ପର, ଶଶୁର ଙ୍କୁ ବାପା ଶାଶୁ ଙ୍କୁ ତୋ ମାଆ ଡାକିବୁ ଲୋ ଝିଅ ମୋହର। ଦିଅର ,ନଣନ୍ଦ, ଯା ,ଦେଢ଼ ଶୁର ସଭିଙ୍କୁ ଲୋ କରି ନିଜର, ସଂସାର […]

ହେ ମହାବାହୁ – ବନ୍ଦିତା ସାହୁ

ଜଗତର ନାଥ ଆହେ ଜଗନ୍ନାଥ ପ୍ରଣାମେ ମୋର ହୃଦୟୁ କେଉଁ ଶବ୍ଦେ ବ୍ୟକ୍ତ କରିବି ମୁଁ ଛାର, ତୁମେ ହିଁ ତ ମହାବାହୁ। ତୁମେ ହିଁ ନଶ୍ୱର ତୁମେ ନିରନ୍ତର ତୁମେ ହିଁ ତ ପରଂବ୍ରହ୍ମ ତବ ଦରଶନେ ବ୍ୟଥିତ ପ୍ରାଣ ମୋ  କ୍ଷଣେ ଲଭେ ଉପଶମ। ନୀଳାଚଳ ଧାମେ ବିରାଜି ଅଛ ହେ ପୁଣ୍ୟ ମହୋଦଧି କୂଳେ ଉତ୍କଳର ତୁମେ ମଉଡମଣି ହେ ବନ୍ଧା ଭାବର ଡୋରି ରେ। […]

ମନମନ୍ଦିରେ(ଏକପଦୀ )

ମନ ମନ୍ଦିରରେ  ପ୍ରଦୀପ ମୁଁ ଜାଳି          କରୁଛି ତୁମକୁ ପୂଜା l  ଭକ୍ତି ଅର୍ଘ୍ୟ ଦେଇ  ସଂମ୍ମାନ ପ୍ରସାଦେ         ଉଡାଏ ପିତାଙ୍କ ଧ୍ବଜା  ll ମୃତ୍ୟୁଞ୍ଜୟ ସାହୁ  ବଡମ୍ବା, କଟକ ମୋ:-9090700601

ଯାଯାବର – ବିନୋଦିନୀ ଦାଶ

ନିର୍ଦ୍ଦିଷ୍ଟ ଘର ନଥାଇ ପେଟ ପାଇଁ ଏଠି ସେଠି ବୁଲେ ଯିଏ ଏ ସଭ୍ଯ ସମାଜ ତାକୁ ଯାଯାବର ବୋଲି ଆଖ୍ୟା ଦେଇଥାଏ । ଆଦିମ ମଣିଷ ବନେ ଖୋଜୁଥିଲା ସିନା ମାଂସ, ଫଳ ମୂଳ ହେଲେ ଆଜି ବି କେତେକ ଯାଯାବର ସେହି ପେଟ କରି ମୂଳ । ପୁଣି ଏ ମଣିଷ ମନ ଯାଯାବର  ନଥାଏ ତା’ର ଠିକଣା କେତେବେଳେ ଉଚିତ୍ ପଥ ଆପଣାଏ କେତେବେଳେ ବାଟବଣା […]

ଆଶ୍ବାସନା-ବିନୋଦିନୀ ଦାଶ

ମୁଁ ଯେ ଆଶ୍ବାସନା ଅଟଇ ଶାନ୍ତ୍ବନା ଥାଇ ମାନବ ପାଖରେ ସକଳ ଦୃଦୟ ତୋଷ କରୁଥାଏ ମୋ ମଧୁର ସ୍ବଭାବରେ । ଶିଶୁ ଅବସ୍ଥାରୁ ବୃଦ୍ଧାବସ୍ଥା ଯାଏ ରହି ତାହାର ସାଥିରେ ତା’ ସୁଖଦୁଃଖରେ ନିଜକୁ ସମର୍ପି ମନକୁ ତାହାର ଭରେ । ବିପଦ ସମୟେ ମୋର ସ୍ପର୍ଶ ଦେଇ ତା’ ମନ ଭୁଲାଇ ଦିଏ ସମ୍ପଦ ସମୟେ ମୋତେ ଭାବିଭାବି ମନେ ସେ ଉତ୍ଫୁଲ୍ଲ ହୁଏ । ଶିଶୁ […]

ପ୍ରେମ -ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

ପ୍ରେମ କେବେ ନୁହେଁ ମିଛ ମାରିଚିକା ନୁହେଁ ମରୁ ଚୋରା ବାଲି ।  ପ୍ରେମ ପରା ଅଟେ ରଙ୍ଗୀନ୍ ଫଗୁଣ ଏଠି ବସନ୍ତର ବାସ୍ନା ଖାଲି ।।  ପ୍ରେମ କେବେ ନୁହେଁ ଅଶାନ୍ତ ଲହରୀ  ଜୀବନ ବୁଡାଇ ଦେବ ।  ପ୍ରେମ ପରା ଅଟେ ଶ୍ରାବଣର ମେଘ  ସ୍ଵପ୍ନରେ ଭିଜେଇ ଦେବ ।। ପ୍ରେମ କେବେ ନୁହେଁ ବୈଶାଖୀ ତାତିଯେ  ଶରୀର ତତାଇ ଦିଏ । ପ୍ରେମ ସବୁବେଳେ ମଳୟ […]

ମିଛ ଆଶ୍ୱାସନା – ମୃତ୍ୟୁଞ୍ଜୟ ସାହୁ

ମନରେ ଛଳନା  ଯଦି ଥିଲା ତୁମ           କାହିଁକି ପାଇଲ ଭଲ ?  ହୃଦୟ ସାଥିରେ  ଖେଳିବାକୁ ବୋଧେ           ପ୍ରେମ ବୋଲି ଭାବି ନେଲ l ପ୍ରେମ ମାନେ କଣ  ମିଛ ଆଶ୍ୱାସନା          ଅବା ବାଲିଘର ଖେଳ ?  ନିଷ୍ଠୁର ହୃଦୟେ  ବୋଳି ପ୍ରେମ ରଙ୍ଗ          କି ସୁଖ […]

ଗୋପବନ୍ଧୁଙ୍କ ସ୍ବପ୍ନ ଓ ଆଜିର ଓଡିଶା

ଭାବି ମୁଁ ନଥିଲି  ଓଡିଶା ମାଆର             ଦିନେ ଏ ଅବସ୍ଥା ହେବ l ରାଜନେତା ମାନେ  ଭୋଟ ପାଇଁ ଏଠି             ଜନତାଙ୍କୁ ଟଙ୍କା ଦେବ ll ଦେଖିଥିଲି ସ୍ବପ୍ନ  ଓଡିଶା ମାଟିର              ବିକାଶ କିପରି ହେବ l କିନ୍ତୁ ଆଜି ଦେଖେ  ରାଜନେତା ମାନେ      […]

କରୋନା କବିତା

ଏବେ ଏବେ ସାମ୍ନାକୁ ଆସିଥିବା ଏକ ଦୁଃଖଦ ଖବର ମୋ କବିତାକୁ କରୋନା ହେଇଛି, ସେଥିପାଇଁ ଶବ୍ଦମାନେ ମୋ ଠାରୁ ସାମାଜିକ ଦୂରତାରେ ଅଛନ୍ତି, କଲମ ମୋ ସଂସ୍ପର୍ଶରେ ଆସିଥିବାରୁ ଏବେ ସେ ସଙ୍ଗରୋଧ କେନ୍ଦ୍ରରେ, ସଂକ୍ରମଣକୁ ଦୃଷ୍ଟିରେ ରଖି ମୋର ସମସ୍ତ କବିତା ଡ଼ାଇରୀକୁ ସାନିଟାଇଜି କରାଯାଉଛି l ମୃତ୍ୟୁଞ୍ଜୟ ସାହୁବଡମ୍ବା, କଟକମୋ:-9090700601

ଚଳନ୍ତି ଠାକୁର

ପିତାମାତା ସେ ତ ଚଳନ୍ତି ଠାକୁର                ତାଙ୍କ ପରି କେହି ନହେବେ ସତେ  ସମସ୍ତେ କୁହନ୍ତି ତୁ ମୋ ନିଜର                ବିପଦ ରେ କିଏ ପଚାରେ ତୋତେ ? ସ୍ୱାର୍ଥପର ଏହି ଦୁନିଆ ମଧ୍ୟରେ               ନିସ୍ଵାର୍ଥ ଈଶ୍ୱର, ସିଏ ଯେ ଏକା  […]

Subscribe US Now